Private company

Konark Television

Konark Television is a television industry established by Odisha government.1

କୋଣାର୍କ ଟେଲିଭିଜନ ଉଦ୍ୟୋଗଟି ଓଡ଼ିଶା ସରକାରଙ୍କଦ୍ୱାରା ୧୯୭୩-୭୪ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏହା ଉଭୟ କଳାଧଳା ଓ ରଙ୍ଗୀନ ଟେଲିଭିଜନ ନିର୍ମାଣ କରୁଥିଲା । ଭୁବନେଶ୍ୱରର ମଞ୍ଚେଶ୍ୱର ଓ ରସୁଲଗଡ଼ଠାରେ ଥିବା କାରଖାନାରେ ଏହି ଟେଲିଭିଜନ ନିର୍ମାଣ କରାଯାଉଥିଲା । ୧୯୮୬-୮୭ ମସିହା ବେଳକୁ ଏହି ସଂସ୍ଥା ଉନ୍ନତମାନର ଟେଲିଭିଜନ ଉତ୍ପାଦନ କରି ଜାତୀୟ ସ୍ଥରରେ ଖୁବ ଖ୍ୟାତି ଅର୍ଜନ କରିଥିଲା । ୧୯୮୯-୯୦ ବେଳକୁ ଭାରତରେ ପ୍ରବେଶ କରିସାରିଥିବା ବିଦେଶୀ ଟେଲିଭିଜନଗୁଡ଼ିକ ସହ ମୁକାବଲା କରି ନପାରି କୋଣାର୍କ ଟେଲିଭିଜନର ଅଧୋପତନ ଆରମ୍ଭ ହୋଇଥିଲା । ୧୯୮୮-୮୯ ବିତ୍ତିୟ ବର୍ଷରେ ଏହି ସଂସ୍ଥା ସର୍ବାଧିକ ୪୧.୨୩କୋଟି ଟଙ୍କାର କାରବାର କରିଥିଲା ତଥା ୧,୨୩,୪୨୨ଟି ଟେଲିଭିଜନ ବିକ୍ରି କରିପାରିଥିଲା ବେଳେ ୧୯୮୯-୯୦ରେ ଏହାର କାରବାର ୨୫.୧୬କୋଟିକୁ ଖସିଆସିଥିଲା । ଋଣବୃଦ୍ଧି ଓ ଅଧିକ ଖର୍ଚ୍ଚ ଯୋଗୁଁ କ୍ରମେ ଏହି ସଂସ୍ଥା ରୁଗଣ ହୋଇପଡ଼ିଥିଲା ଓ ଟେଲିଭିଜନ ନିର୍ମାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ।2 From the or Wikipedia, CC BY-SA 4.0

Last updated Oct 21, 2026.

Overview

  • Industryentertainment industry1

Sources

The numbers on this page point here. Each one links to the record it came from.

  1. 1
  2. 2