Private company
Orissa Mission Press
Orissa Mission Press is a former printing press in Cuttack, Odisha, India, founded in 1838.1
ଓଡ଼ିଶା ମିଶନ ପ୍ରେସ, କଟକ ମିଶନ ପ୍ରେସ ବା ମିଶନ ପ୍ରେସ ନାମରେ ମଧ୍ୟ ପରିଚିତ, ୧୮୩୮ ମସିହାରେ କଟକରେ ଅବସ୍ଥାପିତ ହୋଇଥିବା ଏକ ଛାପାଖାନା ଥିଲା । ଓଡ଼ିଶାର ଏହି ପ୍ରଥମ ଛାପାଖାନାରେ ମିସନାରି ଚାର୍ଲସ ଲେସିଙ୍କ ତତ୍ତ୍ୱାବଧାନତାରେ ଏକ ହାତଚଳା ଛାପାକଳ ବ୍ରିଟେନରେ ତିଆରି କରି ଓଡ଼ିଶାକୁ ଅଣାଯାଇଥିଲା । ଏହି ପ୍ରେସଟି କଟକର ଗୋଟିଏ ପୁରୁଣା ସ୍କୁଲ ଘରେ ପ୍ରତିଷ୍ଠା କରାଯାଇଥିଲା ଓ ଏଥିରେ ମୁଦ୍ରିତ ପ୍ରଥମ ବହି ଥିଲା ଗୁଣ୍ଡିଚା ଯାତ୍ରାର ମହାଶ୍ଚର୍ଯ୍ୟ ଫଳ । ଓଡ଼ିଶାରେ ଖ୍ରୀଷ୍ଟଧର୍ମର ପ୍ରଚାର ପାଇଁ ଆରମ୍ଭ ହୋଇଥିବା ଓଡ଼ିଶା ମିଶନ ଏହି ଛାପାଖାନା ପ୍ରତିଷ୍ଠାବେଳକୁ କଟକ ଓ ପୁରୀରେ ଦୁଇଟି ପ୍ରାଇମେରି ସ୍କୁଲ ଆରମ୍ଭ କରିସାରିଥିବାରୁ ନୂଆ ଓଡ଼ିଆ ପାଠ୍ୟପୁସ୍ତକ ଦରକାର ପଡ଼ୁଥିବାରୁ ଏହି ପ୍ରେସଟିରେ ଆରମ୍ଭରୁ ଅନେକ ବହି ଛପା କାମ ଚାଲିଥିଲା । ଏହି ପ୍ରେସରେ ମୁଦ୍ରିତ ଅନ୍ୟାନ୍ୟ ଉଲ୍ଲେଖନୀୟ ପୁସ୍ତକ ମଧ୍ୟରେ ପ୍ରମୁଖ ଓଡ଼ିଆ ଅଭିଧାନ ଉତ୍କଳ ଭାଷାର୍ଥାଭିଧାନ (ଇଂରାଜୀ: Oriya Dictionary with Synonyms), ପ୍ରଥମ ଓଡ଼ିଆ ପତ୍ରିକା ଜ୍ଞାନାଋଣ, ଓଡ଼ିଆ ସଂସ୍କୃତି ଓ ସାହିତ୍ୟ ପତ୍ରିକା ପ୍ରବୋଧ ଚନ୍ଦ୍ରିକା ଓ ମୁକୁର, ଏବଂ ଅନେକ ପାଠ୍ୟପୁସ୍ତକ ଛପାଯାଇଥିଲା ।2 From the or Wikipedia, CC BY-SA 4.0
Last updated Oct 21, 2026.
Sources
The numbers on this page point here. Each one links to the record it came from.
- 1WikidataOrissa Mission Press on Wikidata
- 2